Posts

ସରକାରୀ ବିଦ୍ୟାଳୟ ରେ ଅନ ଲାଇନ ଶିକ୍ଷା କେତେ ସତ

ସରକାର ଙ୍କ ସରକାରୀ ବିଦ୍ୟାଳୟ ରେ ମୋବାଇଲ ମାଧ୍ୟମ ରେ ହ୍ୱାଟସଆପ୍ ଦ୍ୱାର ଶିକ୍ଷାଦାନ ଆରମ୍ଭ ହେବା ପରେ ଗୋଟେ ଗରିବ ଲୋକ ର ସରକାରଙ୍କୁ ଉତ୍ତର -"ଥାଉ ସରକାର ହେ ଶିକ୍ଷାମନ୍ତ୍ରୀ , ହେ ମୁଖ୍ୟମନ୍ତ୍ରୀ। ଆଉ ଗରିବ କୁ ଥଟ୍ଟା କରନ୍ତୁନି  ।" "ଥଟ୍ଟା ନୁହେଁ ତ ଆଉ କ'ଣ ?  ଆମ ଭଳି  ଯେଉଁ ଗରିବ ମାନଙ୍କ ର ଘରେ ସବୁଦିନ ଚୁଲି ଜଳି ପାରେନି , ସବୁଦିନ ପିଲାଙ୍କୁ ଗଣ୍ଡେ ଭଲ ଖାଇବା ପାଇଁ ଦେଇ ପାରୁନି ବୋଲି ସରକାର ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି ଏବେ କହୁଛନ୍ତି ଦାମୀ ମୋବାଇଲ ରେ ପାଠ ପଢେଇବେ ।  ଖାଇବା ପାଇଁ ଯେତେବେଳେ ପଇସା ନାହିଁ ମୋବାଇଲ ପାଇଁ ସେତିକି ପଇସା ଆସିବ କୁଆଡୁ ?  " "ଠିକ୍ ଅଛି  ଆମେ ଚେଷ୍ଟା କରିବୁ ତେଣିକି ଆମ ଭାଗ୍ୟ ।" ମୁଣ୍ଡରେ କେବଳ ଗୋଟିଏ ଚିନ୍ତା କେମିତି ମୋବାଇଲ ଟିଏ ଯୋଗାଡ଼ ହେବ ପିଲାର ପାଠ ପଢା ପାଇଁ । କାହିଁକି କେଜାଣି ଈଶ୍ୱର ଦାଉ ସାଧନ୍ତି ଗରିବ ଙ୍କ ଉପରେ । ଛକ  ଉପରେ ସବୁଦିନ ସକାଳ ସନ୍ଧ୍ୟା ବରା ପକୁଡ଼ି ଛାଣି ବିକ୍ରି କରୁଥିଲା । ସେଇ ଷ୍ଟଲ ଟି ଥିଲା ତା ପରିବାର ର ଏକ ମାତ୍ର  ରୋଜଗାର ର ମାଧ୍ୟମ । କଷ୍ଟେ ମଷ୍ଟେ ଚଳି ଯାଉଥିଲା ତାଙ୍କ ସଂସାର ।  ଲକ୍ ଡାଉନ୍ ପରଠୁ ଦୋକାନ ବଜାର ସହ ତା ଷ୍ଟଲ ବି ବନ୍ଦ୍ ପଡ଼ିଛି । ତା ସହ ବନ୍ଦ୍ ପଡ଼ିଛି ତା ରୋଜଗାର, ତା ଭାତ ହାଣ୍ଡି । ଘରେ ବୁଢ଼ୀ ମାଆ ...

ଏମିତି ଏକ ପ୍ରସ୍ତାବ

ପାଞ୍ଚବର୍ଷ ହେଲା ଦୁହେଁ ଗୋଟିଏ ଫ୍ଲାଟରେ ରହୁଛନ୍ତି | ମୁଖ୍ୟତଃ ସେମାନଙ୍କର ତିନୋଟି ସର୍ତ୍ତ : ୧ . କମ୍ପାନୀ ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍ ‌ ର ଭଡ଼ା ଦେଉଛି | ଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍ ‌ ରେ ରହୁଛନ୍ତି , ଅନ୍ୟ ଫ୍ଲାଟ୍ ‌ ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦୁହିଁଙ୍କପାଇଁ ଖର୍ଚ୍ଚ କରିବେ | ୨ . ସେମାନେ ବିବାହ କରିବେ ନାହିଁ | ୩ . ଯେତେବେଳେ ଜଣେ ଚାହିଁବ ସେମାନେ ଅଲଗା ହୋଇଯିବେ , ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ | ଏହି ତିନୋଟି ସର୍ତ୍ତ ଥିଲା ଅଲିଖିତ | ସୁବ୍ରତ ସିଗାରେଟ , ଗଞ୍ଜେଇମିଶା ସିଗାରେଟ୍ ‌ ଟାଣିବା ଛାଡ଼ିଦେଇଛି | କାରଣ , ଅନୁପମା ସିଗାରେଟ୍ ‌ ଗନ୍ଧ ସହି ପାରେନି | ମଦ୍ୟପାନ ବି କମେଇ ଦେଇଛି | ଅନୁପମା ରଗାରଗି କରିବା , ଚିଡ଼ିବା ସୁବ୍ରତ ପ୍ରତ୍ୟକ୍ଷ କରୁ ନାହିଁ ୤ ଦୁହିଁଙ୍କ ଭିତରେ ଯେ ରାଗରୁଷା ହେଉ ନାହିଁ ତାହା ନୁହେଁ , ଦିନେ ଦିନେ ହୋଇଯାଉଛି | ତୃତୀୟ ସର୍ତ୍ତ ଅନୁସାରେ କାଳେ ଅନ୍ୟଜଣେ ଅଲଗା ହୋଇଯିବାକୁ ଚାହିଁବ , ରାଗରୁଷା ବେଶୀ ଦୂରକୁ ଯାଉ ନାହିଁ ୤ ସେଥିପାଇଁ ଦୁହେଁ ସତର୍କ ରହୁଛନ୍ତି |

ULLAS SAHOO

Image
THE WAY OF TRUTH ................................... THIS SITE RESERVE BY LINK FOR OUR OTHER SITE- CLICK-for more http://www.ullassahoo.yolasite.com/