ଏମିତି ଏକ ପ୍ରସ୍ତାବ


ପାଞ୍ଚବର୍ଷ ହେଲା ଦୁହେଁ ଗୋଟିଏ ଫ୍ଲାଟରେ ରହୁଛନ୍ତି | ମୁଖ୍ୟତଃ ସେମାନଙ୍କର ତିନୋଟି ସର୍ତ୍ତ :
୧. କମ୍ପାନୀ ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍‌ର ଭଡ଼ା ଦେଉଛି | ଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍‌ରେ ରହୁଛନ୍ତି, ଅନ୍ୟ ଫ୍ଲାଟ୍‌ ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦୁହିଁଙ୍କପାଇଁ ଖର୍ଚ୍ଚ କରିବେ |
୨. ସେମାନେ ବିବାହ କରିବେ ନାହିଁ |
୩. ଯେତେବେଳେ ଜଣେ ଚାହିଁବ ସେମାନେ ଅଲଗା ହୋଇଯିବେ, ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ |
ଏହି ତିନୋଟି ସର୍ତ୍ତ ଥିଲା ଅଲିଖିତ | ସୁବ୍ରତ ସିଗାରେଟ, ଗଞ୍ଜେଇମିଶା ସିଗାରେଟ୍‌ ଟାଣିବା ଛାଡ଼ିଦେଇଛି | କାରଣ, ଅନୁପମା ସିଗାରେଟ୍‌ ଗନ୍ଧ ସହି ପାରେନି | ମଦ୍ୟପାନ ବି କମେଇ ଦେଇଛି | ଅନୁପମା ରଗାରଗି କରିବା, ଚିଡ଼ିବା ସୁବ୍ରତ ପ୍ରତ୍ୟକ୍ଷ କରୁ ନାହିଁ୤ ଦୁହିଁଙ୍କ ଭିତରେ ଯେ ରାଗରୁଷା ହେଉ ନାହିଁ ତାହା ନୁହେଁ, ଦିନେ ଦିନେ ହୋଇଯାଉଛି | ତୃତୀୟ ସର୍ତ୍ତ ଅନୁସାରେ କାଳେ ଅନ୍ୟଜଣେ ଅଲଗା ହୋଇଯିବାକୁ ଚାହିଁବ, ରାଗରୁଷା ବେଶୀ ଦୂରକୁ ଯାଉ ନାହିଁ୤ ସେଥିପାଇଁ ଦୁହେଁ ସତର୍କ ରହୁଛନ୍ତି|

Comments

Popular posts from this blog

ସରକାରୀ ବିଦ୍ୟାଳୟ ରେ ଅନ ଲାଇନ ଶିକ୍ଷା କେତେ ସତ