ସରକାରୀ ବିଦ୍ୟାଳୟ ରେ ଅନ ଲାଇନ ଶିକ୍ଷା କେତେ ସତ
ସରକାର ଙ୍କ ସରକାରୀ ବିଦ୍ୟାଳୟ ରେ ମୋବାଇଲ ମାଧ୍ୟମ ରେ ହ୍ୱାଟସଆପ୍ ଦ୍ୱାର ଶିକ୍ଷାଦାନ ଆରମ୍ଭ ହେବା ପରେ ଗୋଟେ ଗରିବ ଲୋକ ର ସରକାରଙ୍କୁ ଉତ୍ତର -"ଥାଉ ସରକାର ହେ ଶିକ୍ଷାମନ୍ତ୍ରୀ , ହେ ମୁଖ୍ୟମନ୍ତ୍ରୀ। ଆଉ ଗରିବ କୁ ଥଟ୍ଟା କରନ୍ତୁନି ।" "ଥଟ୍ଟା ନୁହେଁ ତ ଆଉ କ'ଣ ? ଆମ ଭଳି ଯେଉଁ ଗରିବ ମାନଙ୍କ ର ଘରେ ସବୁଦିନ ଚୁଲି ଜଳି ପାରେନି , ସବୁଦିନ ପିଲାଙ୍କୁ ଗଣ୍ଡେ ଭଲ ଖାଇବା ପାଇଁ ଦେଇ ପାରୁନି ବୋଲି ସରକାର ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି ଏବେ କହୁଛନ୍ତି ଦାମୀ ମୋବାଇଲ ରେ ପାଠ ପଢେଇବେ । ଖାଇବା ପାଇଁ ଯେତେବେଳେ ପଇସା ନାହିଁ ମୋବାଇଲ ପାଇଁ ସେତିକି ପଇସା ଆସିବ କୁଆଡୁ ? " "ଠିକ୍ ଅଛି ଆମେ ଚେଷ୍ଟା କରିବୁ ତେଣିକି ଆମ ଭାଗ୍ୟ ।" ମୁଣ୍ଡରେ କେବଳ ଗୋଟିଏ ଚିନ୍ତା କେମିତି ମୋବାଇଲ ଟିଏ ଯୋଗାଡ଼ ହେବ ପିଲାର ପାଠ ପଢା ପାଇଁ । କାହିଁକି କେଜାଣି ଈଶ୍ୱର ଦାଉ ସାଧନ୍ତି ଗରିବ ଙ୍କ ଉପରେ । ଛକ ଉପରେ ସବୁଦିନ ସକାଳ ସନ୍ଧ୍ୟା ବରା ପକୁଡ଼ି ଛାଣି ବିକ୍ରି କରୁଥିଲା । ସେଇ ଷ୍ଟଲ ଟି ଥିଲା ତା ପରିବାର ର ଏକ ମାତ୍ର ରୋଜଗାର ର ମାଧ୍ୟମ । କଷ୍ଟେ ମଷ୍ଟେ ଚଳି ଯାଉଥିଲା ତାଙ୍କ ସଂସାର । ଲକ୍ ଡାଉନ୍ ପରଠୁ ଦୋକାନ ବଜାର ସହ ତା ଷ୍ଟଲ ବି ବନ୍ଦ୍ ପଡ଼ିଛି । ତା ସହ ବନ୍ଦ୍ ପଡ଼ିଛି ତା ରୋଜଗାର, ତା ଭାତ ହାଣ୍ଡି । ଘରେ ବୁଢ଼ୀ ମାଆ ...







Comments
Post a Comment